ଶୁକ୍ରବାର, ସେପ୍ଟେମ୍ବର 23, 2016

ସଂଘର୍ଷ ନଥିଲେ ଜୀବନର ମଜା କାହିଁ

जापान में हमेशा से ही मछलियाँ खाने का
 एक ज़रुरी हिस्सा रही हैं । और ये जितनी
ताज़ी होतीं हैँ लोग उसे उतना ही पसंद करते
हैं । लेकिन जापान के तटों के आस-पास
इतनी मछलियाँ नहीं होतीं की उनसे लोगोँ
की डिमांड पूरी की जा सके । नतीजतन
 मछुआरों को दूर समुंद्र में जाकर मछलियाँ
पकड़नी पड़ती हैं।जब इस तरह से मछलियाँ
पकड़ने की शुरुआत हुई तो मछुआरों के
सामने एक गंभीर समस्या सामने आई ।

वे जितनी दूर मछली पक़डने जाते उन्हें
लौटने मे उतना ही अधिक समय लगता
और मछलियाँ बाजार तक पहुँचते-पहुँचते
बासी हो जातीँ , ओर फिर कोई उन्हें खरीदना
नहीं चाहता ।इस समस्या से निपटने के लिए
मछुआरों ने अपनी बोट्स पर फ्रीज़र लगवा
लिये । वे मछलियाँ पकड़ते और उन्हें फ्रीजर
 में डाल देते ।

इस तरह से वे और भी देर तक मछलियाँ
पकड़ सकते थे और उसे बाजार तक पहुंचा
सकते थे । पर इसमें भी एक समस्या आ
 गयी । जापानी फ्रोजेन फ़िश ओर फ्रेश
फिश में आसनी से अंतर कर लेते और
फ्रोजेन मछलियों को खरीदने से कतराते ,
उन्हें तो किसी भी कीमत पर ताज़ी मछलियाँ
ही चाहिए होतीं ।एक बार फिर मछुआरों ने
इस समस्या से निपटने की सोची और
इस बार एक शानदार तरीका निकाला ,
.उन्होंने अपनी बड़ी – बड़ी जहाजों पर
फ़िश टैंक्स बनवा लिए ओर अब वे
मछलियाँ पकड़ते और उन्हें पानी से
भरे टैंकों मे डाल देते ।

टैंक में डालने के बाद कुछ देर तो
मछलियाँ इधर उधर भागती पर जगह
 कम होने के कारण वे जल्द ही एक
जगह स्थिर हो जातीं ,और जब ये मछलियाँ
बाजार पहुँचती तो भले वे ही सांस ले रही
होतीं लकिन उनमेँ वो बात नहीं होती जो
आज़ाद घूम रही ताज़ी मछलियों मे होती ,
ओर जापानी चखकर इन मछलियों में भी
अंतर कर लेते ।

तो इतना कुछ करने के बाद भी समस्या
जस की तस बनी हुई थी।अब मछुवारे
क्या करते ? वे कौन सा उपाय लगाते कि
ताज़ी मछलियाँ लोगोँ तक पहुँच पाती ?नहीं,
उन्होंने कुछ नया नहीं किया , वें अभी भी
 मछलियाँ टैंक्स में ही रखते , पर इस बार
वो हर एक टैंक मे एक छोटी सी शार्क
मछली भी ङाल देते।

शार्क कुछ मछलियों को जरूर खा जाती
पर ज्यादातर मछलियाँ बिलकुल ताज़ी
पहुंचती।ऐसा क्यों होता ? क्योंकि शार्क
बाकी मछलियों की लिए एक चैलेंज की
तरह थी। उसकी मौज़ूदगी बाक़ी मछलियों
को हमेशा चौकन्ना रखती ओर अपनी
जान बचाने के लिए वे हमेशा अलर्ट रहती।

इसीलिए कई दिनों तक टैंक में रह्ने के
बावज़ूद उनमे स्फूर्ति ओर ताजापन बना रहता।

आज बहुत से लोगों
की ज़िन्दगी टैंक मे पड़ी उन मछलियों
की तरह हो गयी है जिन्हे जगाने की लिए
कोई shark मौज़ूद नहीं है। और अगर
unfortunately आपके साथ भी ऐसा ही है
तो आपको भी आपने life में नये challenges
 accept करने होंगे।
 आप जिस रूटीन के आदि हों चुकें हैँ
ऊससे कुछ अलग़ करना होगा, आपको
 अपना दायरा बढ़ाना होगा और एक
 बार फिर ज़िन्दगी में रोमांच और नयापन
लाना होगा।

नहीं तो , बासी मछलियों की तरह आपका
 भी मोल कम हों जायेगा और लोग आपसे
मिलने-जुलने की बजाय बचते नजर आएंगे।

और दूसरी तरफ अगर आपकी लाइफ
में चैलेंजेज हैँ , बाधाएं हैँ तो उन्हें कोसते
मत रहिये , कहीं ना कहीं ये आपको fresh
and lively बनाये रखती हैँ , इन्हेँ
accept करिये, इन्हे overcome करिये
और अपना  तेज बनाये रखिये।👍

Ramayana - a philoshophy

... This is  best interpretation I have read about Ra ma and Ramayana

 The Interpretation of Ramayana
As a Philosophy of Life..

‘Ra’ means light, ‘Ma’ means within me, in my heart. So,
Rama means the Light Within Me..

Rama was born to Dasharath & Kousalya.

Dasharath means ‘Ten Chariots’..
The ten chariots symbolize the five sense organs & five organs of action..

Kousalya means ‘Skill’..
The skillful rider of the ten chariots can give birth to Ram..

When the ten chariots are used skillfully,
Radiance is born within..

Rama was born in Ayodhya.
Ayodhya means ‘a place where no war can happen’..

When There Is No Conflict In Our Mind, Then The Radiance Can Dawn..

The Ramayana is not just a story which happened long ago..
It has a philosophical, spiritual significance and a deep truth in it..

It is said that the Ramayana is happening in Your Own Body.

Your Soul is Rama,
Your Mind is Sita,
Your Breath or Life-Force (Prana) is Hanuman,
Your Awareness is Laxmana and
Your Ego is Ravana..

When the Mind (Sita),is stolen by the Ego (Ravana), then the Soul (Rama) gets Restless..

Now the SOUL (Rama) cannot reach the Mind (Sita) on its own..
It has to take the help of the Breath – the Prana (Hanuman) by Being In Awareness(Laxmana)

With the help of the Prana (Hanuman), & Awareness(Laxmana),
The Mind (Sita) got reunited with The Soul (Rama) and The Ego (Ravana) died/ vanished..

In reality Ramayana is an eternal phenomenon happening all the time..😊
Interesting Philosophy. ...

ଶନିବାର, ସେପ୍ଟେମ୍ବର 17, 2016

ଶିଆଳିଆ - ଘର ଖରାଖାଇଙ୍କ ଭରସାରେ ଛାଡ଼ିଦେଇ ଆଦୌ କବାଟ ଝରକା ଲଗାଇ ନଥିବା ଗାଁ ( A village without doors & windows : Sialia, Odisha)

doorless house odisha
ସେହି ଗ୍ରାମରେ କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ଵାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ । କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ ।
ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଶିଆଳିଆ ଗାଁ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି । ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ । ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି ।
କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ଵାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ ।  ଅଚାନକ ତା’ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି
doorless village deity bbsrbuzz
ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କ ଠାରେ ତାଙ୍କର ବିଶ୍ଵାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ଵ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ ‘ପଠାଣ କିଆରୀ’ ଭାବେ ଲିପିବଦ୍ଧ ଅଛି ।
ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ଵାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି ।
ଏମିତି ଅନ୍ୟ ଏକ ଗାଁ ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାର ଶନି ଶିଙ୍ଘାପୁର ନାମରେ ମଧ୍ୟ ଅଛି | ଏହି ଗାଁରେ ମଧ୍ୟ କୌଣସି ଘରେ କବାଟ ନାହିଁ । ଏହି ଗାଁରୁ ଅନେକ ଥର ଓ ମନ୍ଦିରରୁ ମଧ୍ୟ ଚୋରି ହୋଇ ସାରିଛି । ତଥାପି ଏବେ ମଧ୍ୟ ସ୍ଵୟାମ୍ଭୁ ଶନିସ୍ଵରଙ୍କୁ ବିଶ୍ଵାସ କରି  ଘରେ କାବଟ ନଲଗାଇ ଲୋକେ ନିଜ ସମ୍ପତିକୁ ବିନା ତାଲାରେ ଛାଡି ଦିଅନ୍ତି  ।

ସଙ୍କୀର୍ତ୍ତନ - (Sankirttana)

କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗି ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ ।

ଇତିହାସ ଏବଂ ଧର୍ମୀୟ ଭାବନା
ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତା ମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟଦେବ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ: 
କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ
 ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ବନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ବାପରରେ ଦାନ ଏବଂ କଳିଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ।
ପ୍ରକାର
ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ ।
ବ୍ୟବହୃତ ବାଦ୍ୟ ଉପକରଣ
ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ ।

ସଙ୍କୀର୍ତ୍ତନ ପଦ
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ
ହରେରାମ ହରେରାମ ରାମ ରାମ ହରେହରେ ।
କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ
ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ ।

ଦୟାନନ୍ଦ ସରସ୍ୱତୀ (Dayananda Saraswati)

ଦୟାନନ୍ଦ ସରସ୍ୱତୀ (ଖ୍ରୀ.ଅ ୧୮୨୪ - ୧୮୮୩) ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ । ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ । ସେ କହୁଥିଲେ ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ । ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ । ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜାଦେଇ ନୁହେଁ । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ ।
ଜୀବନୀ
ଦୟାନନ୍ଦଙ୍କର ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର । ସନ ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମରେ ଏକ ଧନୀ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ତାଙ୍କର ମାତାଙ୍କର ନାମ ଥିଲା ଅମୂବା ଅର୍ଥାତ ଅମୃତବେନ । ପିତାଙ୍କର ନାମ ଥିଲା କରଷନଜୀ (କର୍ଷନ ତିଓ୍ୱାରୀ)। ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ । ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ (ପୁଅକୁ) ରାତି ଉଜାଗର ରହି ଧ୍ୟାନଧାରଣାପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ । ତରୁଣ ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା । ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ । ଶିବ ଆବିର୍ଭାବ ହେବେ ପରା ! ଅର୍ଦ୍ଧରାତ୍ରି । ଚାରିଆଡ଼େ ନିସ୍ତବ୍ଧ । ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା । ଦେବତା ପ୍ରତିକ୍ରିୟାହୀନ । ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ । ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା । ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା । ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା । ଏହା ତରୁଣ ମୂଳାଶଙ୍କରଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା । ଇଶ୍ଵରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୮ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ଵାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ କ୍ରମେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କ ସହ ତର୍କ ଆଲୋଚନା କରି ବିଜୟୀ ହୋଇଥିଲୋ ତାଙ୍କୁ ସରସ୍ୱତୀ ଉପାଧି ପ୍ରଦାନ କରାଯାଇଥିଲା । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ ।
ବୈଦିକ ଜ୍ଞାନର ସରଳ ତତ୍ତ୍ଵ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ଵିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀମାନଙ୍କର ଅପ୍ରିୟଭାଜନ ହେଇଥିଲେ ।
ରଚନାବଳୀ
ଦୟାନନ୍ଦଙ୍କ ରଚନାବଳୀ (ମୋଟ ୩୨ ଖଣ୍ଡ ଯାହା ମିଳୁଅଛି) ମଧ୍ୟରୁ ୧୮୭୫ରେ ପ୍ରକାଶିତ "ସତ୍ୟାର୍ଥ ପ୍ରକାଶ'' ଦୁଇ ଭାଗରେ ବିଭକ୍ତ । ପ୍ରଥମ ଅର୍ଦ୍ଧରେ ରହିଛି- ସନ୍ତାନର ଶିକ୍ଷା, ଜୀବନର ଚାରି ଆଶ୍ରମ, ଯଥା- ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ, ସନ୍ନ୍ୟାସାଶ୍ରମ ସହ ରାଜଧର୍ମ, ଜଗତର ସୃଷ୍ଟିସ୍ଥିତ ବିଲୟ, ବିଦ୍ୟା-ଅବିଦ୍ୟା, ବନ୍ଧନ-ମୋକ୍ଷ, ଆଚାର- ଅନାଚାର, ଭକ୍ଷ୍ୟ-ଅଭକ୍ଷ୍ୟ ଆଦିର ଆଲୋଚନା ଓ ଦ୍ୱିତୀୟ ଭାଗରେ ରହିଛି କେତେଜଣ ଦାନିକଙ୍କର ମତ-ମତାନ୍ତର, ବୈାଦ୍ଧ-ଜୈନ-ଖ୍ରୀଷ୍ଟ-ଇସଲାମ ଧର୍ମାଦିର ଆଲୋଚନା ।
ଦୟାନନ୍ଦଙ୍କ ଦ୍ଵାରା ରଚିତ ଅନ୍ୟାନ୍ୟ କେତେଗୋଟି ପୁସ୍ତକ ହେଲା-
  • ସନ୍ଧ୍ୟା (୧୮୬୩)
  • ଭାଗବତ ଖଣ୍ଡନ (୧୮୬୬)
  • ପଞ୍ଚମହାଯଜ୍ଞ ବିଧି (୧୮୭୪)
  • ବେଦାନ୍ତଧ୍ୱାନ୍ତି ନିବାରଣ (୧୮୭୬)
  • ଆର୍ଯ୍ୟାଭିବିନୟ (୧୮୭୫)
  • ବେଦଭାଷ୍ୟ (୧୮୭୬)
  • ସଂସ୍କାରବିଧି (୧୮୭୭)
  • ଗୋ-କରୁଣାନିଧି (୧୮୮୦)
  • ସତ୍ୟ-ଧର୍ମ-ବିଚାର (୧୮୮୦)
  • ଭ୍ରାନ୍ତି ନିବାରଣ (୧୮୭୭)
  • ଭ୍ରମୋଚ୍ଛେଦନ (୧୮୮୨)
  • ଋଗ ବେଦ ଭାଷ୍ୟ (ଅସଂପୂର୍ଣ୍ଣ)
ଦୟାନନ୍ଦଙ୍କ ଜୀବନର କେତେକ ଘଟଣା
ବାଲ୍ୟ ବିବାହ ପ୍ରଥା ଉଛେଦରେ ଯୋଗଦାନ
ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ଦୟାନନ୍ଦ ଏହାର ବିରୋଧ କଲେ । ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ । ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳକାମ ହୋଇପାରିଲେ । ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ । ଏହି ବ୍ରାହ୍ମ ସମାଜର ପୃଷ୍ଠପୋଷକ ଥିଲେ କେଶବଚନ୍ଦ୍ର ସେନ, ରାଜା ରାମ ମୋହନ ରାୟ, ଦେବେନ୍ଦ୍ରନାଥ ଠାକୁର ଓ ତାଙ୍କର ପୁତ୍ର ବିଶ୍ୱକବି ରବିନ୍ଦ୍ର ନାଥ ଠାକୁର ଆଦି । ତେବେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ପରସ୍ପର ପ୍ରତି ସମ୍ବେଦନଶୀଳ ସମକାଳୀନ ଦୁଇଗୋଟି ସମାଜ ସୁଧାରକ ସଂସ୍ଥା ଯାହାକି ଅଦ୍ୟାବଧି ଆପଣା ଲକ୍ଷ୍ୟ ସାଧନରେ ବ୍ରତୀ ଅଟନ୍ତି ।
ଡିଏଭି ସ୍କୁଲ ସ୍ଥାପନ
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ । ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଫଳତଃ ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ସୁଦୃଢ଼ ଆସନ ପାତି ପାରିଥିଲା ଓ ପାରିଅଛି ମଧ୍ୟ । ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ କଲେଜମାନ ସ୍ଥାପିତ ହୋଇପାରିଥିଲା I
ସତ୍ୟ ଅନୁସନ୍ଧାନରେ
ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା' ମଠର ମହନ୍ତଙ୍କ ସଂପର୍କରେ ଆସିଲୋ ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକା ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ । ଉତ୍ତରରେ ସ୍ୱାମୀଜୀ ମହନ୍ତଙ୍କୁ ନାସ୍ତିବାଣୀ ଶୁଣାଇଲେ । ଯଦି ଧନପ୍ରତି ତାଙ୍କର ଲୋଭ ଥାଆନ୍ତା, ତେବେ ସେ ନିଜର ପୈତୃକ ସଂପତ୍ତି ଓ ଦେବାୟତନକୁ ଛାଡ଼ି ଆସିଥାନ୍ତେ କାହିଁକି ? ସ୍ୱାମୀଜୀଙ୍କର ଲକ୍ଷ୍ୟ ଥିଲା ସତ୍ୟର ଅନୁସନ୍ଧାନା ଦେଶଓ ଜାତିକୁ ମୂଢ଼ତାରୁ ମୁକ୍ତ କରିବାା ଲୋକଙ୍କୁ ବିଦ୍ୟା କ'ଣ ବୁଝାଇ ଅବିଦ୍ୟା-ଅନ୍ଧକାରକୁ ଦୂରେଇ ଦେବା ।
ଜଣେ ବିପ୍ଲବୀ ସନ୍ୟାସୀ ଭାବେ
ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପ (ଚର୍ଚ୍ଚର ମୁଖ୍ୟ ପୁରୋହିତ)ଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତିସଂପନ୍ନ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସାପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ,...ବର୍ତ୍ତମାନ ନୁହେ । ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ । ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହେଲ । ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ । ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ ।
ଆର୍ଯ୍ୟସମାଜ ପ୍ରତିଷ୍ଠା
ସନ ୧୮୭୫, ଅପ୍ରେଲ ୦୭ ତାରିଖା ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ "ଆର୍ଯ୍ୟସମାଜ' ପ୍ରତିଷ୍ଠା କଲେ । ବେଦମନ୍ତ୍ର ପଠନ କରାଗଲା । ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ । ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ । ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହି । ସମସ୍ତେ ପ୍ରଭୁଙ୍କର ସନ୍ତାନ । ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି । ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ । ତାହା ଗୁଣ-କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ । ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକର ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା । ପ୍ରକାଶ ଥାଉକି ବମ୍ବେ ଆର୍ଯ୍ୟ ସମାଜର ପ୍ରଥମ ସଭାପତି ଥିଲେ ଶ୍ରୀ ଗିରିଧରଲାଲ କୋଠାରୀ ।
ସଂସ୍କାର ମୂଳକ ୧୧ ଟି ଭାଷଣ ଓ ଗୋ-ଶାଳା ପ୍ରତିଷ୍ଠା
ସନ ୧୮୭୮, ଡ଼ିସେମ୍ବର ୨୪ରେ ସ୍ୱାମୀଜୀ ପହଞ୍ଚିଲେ ରାଜସ୍ଥାନର ରେବାଡ଼ିଠାର । ତା' ପୂର୍ବରୁ ସେ ଦିଲ୍ଲୀ, ଆଜମୀର, ପୁଷ୍କର ଓ ମସୂଦାଠାରେ ଭାଷଣ ଦେଇସାରିଥିଲୋ ଏବେ ରେବାଡ଼ିରେ ସେ ସଂସ୍କାରମୂଳକ କାର୍ଯ୍ୟନେଇ ୧୧ଟି ଭାଷଣ ଦେଲ । ମୂର୍ତ୍ତି ପୂଜାର ଅସାରତା, ମୃତକ ଶ୍ରାଦ୍ଧ ଏବଂ ବାଲ୍ୟବିବାହର କୁଫଳ ସଂବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥାମାନ କହିଥିଲୋ ତାଙ୍କ ପ୍ରେରଣାରେ ରେବାଡ଼ିରେ ଗୋ-ସଦନ ପ୍ରତିଷ୍ଠିତ ହେଲା ଏହା ଆଧୁନିକ ଭାରତବର୍ଷର ପ୍ରଥମ ଗୋ-ଶାଳା । ସ୍ୱାମୀଜୀ ରାଜା ଜୟକୃଷ୍ଣ ଦାସଙ୍କ ଅତିଥି ହୋଇ ତାଙ୍କ ରାଜ ପ୍ରାସାଦରେ ଅବସ୍ଥାନ କରୁଥିଲୋ ପରବର୍ତ୍ତୀ କାଳରେ ସେହି ରାଜାଙ୍କ ଅନୁରୋଧକ୍ରମେ ସେ ସତ୍ୟାର୍ଥ ପ୍ରକାଶ ଲେଖିଥିଲେ।
ବିଦେଶୀ ବର୍ଜନ
ଥରେ ଜଣେ ପଣ୍ଡିତ ସ୍ୱାମୀଜୀଙ୍କ ପାଖକୁ ଆସି ତାଙ୍କ ନିମନ୍ତେ ସବୁଠାରୁ ଉଚ୍ଚ ଆସନର ବ୍ୟବସ୍ଥା ପାଇଁ ଅନୁରୋଧ କଲୋ ସେଠାରେ ଉପସ୍ଥିତ ଥିବା ଲୋକେ ପଣ୍ଡିତଙ୍କର ଅନ୍ୟାୟ ଅନୁରୋଧକୁ ପସନ୍ଦ କରୁନଥିଲେ । ସେତେବେଳେ ସ୍ୱାମୀଜୀ ବିନୋଦପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ- ଗଛରେ ବସିଥିବା କାଉ ସମସ୍ତଙ୍କଠାରୁ ଉଚ୍ଚ ଆସନରେ ବସିଛି । ଏବେ ପଣ୍ଡିତକୁ ବୁଝାପଡ଼ିଲା ତାଙ୍କ ପ୍ରଶ୍ନର ଉତ୍ତରଟି । ଶ୍ରୋତାଗଣ ମଧ୍ୟ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିଲେ । ସେହି ଗହଣରେ ଥିଲେ ଉଧୋସିଂହ ନାମକ ଧନାଢ଼୍ୟ ବ୍ୟକ୍ତି । ବେଶ ମୂଲ୍ୟବାନ ବିଦେଶୀ ପୋଷାକ ପରିଧାନ କରି ଆସିଥିଲେ ସ୍ୱାମୀଜୀଙ୍କର ଦର୍ଶନ ଲାଭ ପାଇ । ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ । ପ୍ରକାଶ ଥାଉ କି, ଏହା ଥିଲା ଜାତୀୟ କଂଗ୍ରେସର ସ୍ୱଦେଶୀ ଦ୍ରବ୍ୟ ଆଦର ଓ ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନର ପାଖାପାଖି ଷାଠିଏ ବର୍ଷର ପୂର୍ବବର୍ତ୍ତୀ ଘଟଣା । ଏଥିରୁ ସ୍ୱାମୀ ଦୟାନନ୍ଦଙ୍କର ସ୍ୱଦେଶପ୍ରୀତି ଆକଳନ କରାଯାଇପାରେ ।
ଦେହାନ୍ତ
୧୮୫୭-୧୮୬୦ ଖ୍ରୀ.ଅ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ । ତାହା ଥିଲା ସିପାହୀ ବିଦ୍ରୋହର କାଳ । ଐତିହାସିକ ପୃଥ୍ୱୀସିଂହଙ୍କ ମତରେ ସ୍ୱାମୀଜୀ ଥିଲେ ୧୮୫୭, ସିପାହୀ ବିଦ୍ରୋହରେ ପରୋକ୍ଷ ଭାବରେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ନେତୃବୃନ୍ଦଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ । ଏହିପରି "ଆର୍ଯ୍ୟସମାଜ'ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାର- ପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ । ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା । ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଦୁଗ୍ଧରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା । ବିଷ ଦେଇଥିବା ପାଚକକୁ ସ୍ୱାମୀଜୀ କ୍ଷମା କରିଥିଲେ ନିଜର ଉଦାର ଗୁଣରେ । ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ ମାସକ ପରେ ୩୦ ଅକ୍ଟୋବର ୧୮୮୩ରେ ତାଙ୍କର ମୃତ୍ୟୁ ହେଇଥିଲା ।