| ଚିତ୍ର: reportodisha.com |
ବିନା ବାଜା ବିନା ମଦ ବିନା ମତୁଆଲା ନାଚରେ ଉଇନର୍ସ କ୍ଲବରେ ଥାଇଲାଣ୍ଡ
ଗଣେଶଙ୍କ ବିସର୍ଜନ ସମ୍ପନ୍ନ ହୁଏ । ବିସର୍ଜନ ପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତାକୁ
ଅକ୍ତିଆର କରି ଜାମ ରଖିବା, ଅସଭ୍ୟ ନୃତ୍ୟ ସଂସ୍କୃତି ପରିବେଷଣ, ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ଭଳି
ଘଟଣାରୁ ବିରତ ରୁହନ୍ତି କ୍ଲବ ସଦସ୍ୟମାନେ । ୨୨ଫୁଟ ଉଚ୍ଚ ବଡ଼ ମୂର୍ତ୍ତିକୁ ବିସର୍ଜନ
ସମୟରେ ନଗର ପରିକ୍ରମା ଓ ଭସାଣି ପାଇଁ ସମସ୍ୟା ଥିବାରୁ ଏହାକୁ କ୍ଲବ ମଣ୍ଡପରେ ହିଁ
ବିସର୍ଜନ କରାଯାଏ ।
ଗଣେଶ ମୂର୍ତ୍ତିଙ୍କ ପୂଜା ସ୍ଥାନରେ ହିଁ ବିସର୍ଜନ କ୍ରିୟା ସମ୍ପନ୍ନ
ହୁଏ । ଏଥିପାଇଁ ପୂଜା ମଣ୍ଡପ ପାଖରେ ୧୦/୧୫ ଫୁଟର କୁଣ୍ଡ ଖୋଳାଯାଏ । ପାଇପ ଜରିଆରେ
ମୂର୍ତ୍ତିରେ ପାଣି ମରାଯିବା ପରେ ଉପର ମାଟି ଛାଡ଼ିଯାଇଥାଏ । ଏଥିପାଇଁ ପ୍ରାୟ ଦୁଇଘଣ୍ଟା
ସମୟ ଲାଗେ । ଏହାପରେ ବଳକା ଥିବା ମାଟି, ନଡ଼ା ଓ ଅନ୍ୟାନ୍ୟ ଅବ୍ୟବହୃତ ଜିନିଷକୁ ଖୋଳା
ଯାଇଥିବା କୁଣ୍ଡରେ ପୋତି ଦିଆଯାଏ । କେବଳ ବିଧିକୁ କୁଆଖାଇ ନଦୀରେ ବିନା ପଟୁଆରରେ ସାନ
ଗଣେଶଙ୍କ ବିସର୍ଜନ ହୁଏ ।
ସହିଦନଗରର ଇମ୍ଫା ପାର୍କ ନିକଟ ପୂଜା ମଣ୍ଡପରେ ଉଇନର୍ସ କ୍ଲବ ସଦସ୍ୟମାନେ ଦୀର୍ଘ ଦଶ ବର୍ଷ ଧରି ଆୟୋଜନ କରୁଛନ୍ତି ଗଣେଶ ପୂଜା । ମାତ୍ର ଗତ ୩ ବର୍ଷ ଧରି
ବଡ଼ ମୁର୍ତ୍ତି, ବିରାଟ ଲଡୁ ଓ ଏପରି ଅଭିନବ ଉପାୟରେ ପରିବେଶ ଅନୁକୂଳ ଗଣେଶ ପୂଜା ଓ ବିସର୍ଜନ କ୍ରିୟା ସମ୍ପନ୍ନକରି
ବାଃ ବାଃ ସାଉଁଟିଛନ୍ତି । ଉଇନର୍ସ କ୍ଲବର ଏପରି ପଦକ୍ଷେପ ରାଜଧାନୀରେ ସମ୍ପୂର୍ଣ୍ଣ ନିଆରା ।
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ