ମଙ୍ଗଳବାର, ସେପ୍ଟେମ୍ବର 13, 2016

ବାମନ ଦ୍ଵାଦଶୀ - ଜାଣନ୍ତୁ ବଳିଦାନର ପ୍ରକୃତ ଅର୍ଥ

ଚିତ୍ର: makingindia.co
ବଳିଦାନ ଅର୍ଥ ସର୍ବସ୍ବ ତ୍ୟାଗ କରିବା ଏହି ଶବ୍ଦର ସନ୍ଧି ବିଚ୍ଛେଦ କଲେ ବଳି + ଦାନ ଅଟେ । ବଳିଦାନକୁ ନେଇ ଅତି ରୋଚକ କଥାଟିଏ ଅଛି । ଭକ୍ତରାଜ ପ୍ରହ୍ଲାଦଙ୍କ ପୁତ୍ର ଅସୁର ସମ୍ରାଟ ବଳି ଯେତେବେଳେ ନିଜ ତପସ୍ୟା ବଳରେ ତିନିଲୋକ ଜିତି ଅସୁର ସାମ୍ରାଜ୍ୟ ପ୍ରତିଷ୍ଠା କଲା, ସେତେବେଳେ ଭଗବାନ ବିଷ୍ଣୁ ନିଜର ପଞ୍ଚମ ଅବତାର ନେଲେ । ସେ ଏକ ବାମନ ବ୍ରାହ୍ମଣ ରୂପରେ ବଳିର ଯଜ୍ଞସ୍ଥଳରେ ପହଁଚି ବଳୀଙ୍କୁ ତିନି ପାଦ ଭୂମି ଭିକ୍ଷା କଲେ । ବ୍ରାହ୍ମଣଙ୍କ ଏଇ ଛୋଟିଆ ଭିକ୍ଷାରେ ସ୍ମିତାହାସ୍ୟ ଦେଇ ଉତ୍ତରରେ ୟାଠୁ ଅଧିକ କିଛି ଭିକ୍ଷା ମାଗିବାକୁ କହିଲେ । ସେତେବେଳ ଭଗବାନ ବାମନ କହିଲେ କେବଳ ତିନିପାଦ ଭୂମି ତାଙ୍କ ପାଇଁ ପର୍ଯ୍ୟାପ୍ତ । ଏଥିପାଇଁ ତୁମେ ହାତରେ ଜଳ ଧରି ପ୍ରତିଜ୍ଞା କରିବାକୁ ହେବ । ରାଜା ବଳୀଙ୍କୁ ହସ ଲାଗିଲା ଏବଂ ସେ ପ୍ରତିଜ୍ଞା ବି କରଦେଲେ । ସେତେବେଳେ ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ, ବଳୀଙ୍କୁ କହିଲେ ଆରେ ମୂର୍ଖ ଇଏ ହେଉଛନ୍ତି ସ୍ୱୟଂ ବଳି । ବଳି କହିଲେ ଯଦି ସ୍ୱୟଂ ବିଷ୍ଣୁ ଯଦି ଭିକ୍ଷୁକ ହୋଇ ଆସିଛନ୍ତି ତେବେ ମୋର ମନାକରିବା ପ୍ରଶ୍ନ ହିଁ ନାହିଁ । ତାପରେ ବାମନ ଭଗବାନ ନିଜ ଦିବ୍ୟ ବିରାଟ ରୂପ ଧାରଣ କରି ଦୁଇ ପାଦରେ ତିନିଲୋକ ଅଧିକୃତ କଲେ । ତୃତୀୟ ପାଦ ପକାଇବାକୁ ଆଉ ସ୍ଥାନ ନଥିଲା । ଭଗବାନ ବାମନ କହିଲେ ବଳି, ଏବେ ତୃତୀୟ ପାଦ ଭୂମି ଦେବାର ପ୍ରତିଜ୍ଞା ପୂରଣ କର । ତତ୍ପରେ ବଳି ନିଜ ମସ୍ତକ ଭଗବାନଙ୍କୁ ଅର୍ପଣ କରି ନିଜ ପ୍ରତିଜ୍ଞା ପୂରଣ କଲେ । ବଳୀଙ୍କ ମସ୍ତକରେ ବିଷ୍ଣୁ ତୃତୀୟ ପାଦ ରଖି ପାତାଳକୁ ଚାପିଦେଲେ । ବଳୀଙ୍କ ଦାନରେ ମୁଗ୍ଧ ହୋଇ ଅମରତ୍ବ ଓ ପାତାଳ ରାଜ୍ୟ ଦେଲେ । ଏବଂ ଆଶୀର୍ବାଦ ଦେଲେ ଯେ ଯେ କେହି କୌଣସି ସେବାରେ ନିଜର ସର୍ବସ୍ବ ତ୍ୟାଗ କରିବ ସେହି ଦାନକୁ ବଳିଦାନ ଭାବେ ଜଣାଯିବ । ଏହି ସମସ୍ତ ଘଟଣା ଭାଦ୍ରପଦର ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଘଟିଥିଲା । ବାମନ ଅବତାରରେ ବିଷ୍ଣୁ ଏହି ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ  ଯାହାକୁ ସନାତନ ଧର୍ମୀ ବାମନ ଦ୍ଵାଦଶୀ କହିଥାନ୍ତି । ଆପଣଙ୍କୁ ସୁମାର୍ଗ ଓ ସର୍ବସ୍ବ ଦାନ କରିବାର ଶିକ୍ଷା ଦେଉଥିବା ପବିତ୍ର ଦିବସ ବାମନ ଦ୍ୱାଦଶୀର ଶୁଭକାମନା ।
*୨୦୧୬ରେ ପାଳନ ୧୩ ସେପ୍ଟେମ୍ବର*
ଅନ୍ୟ ଧର୍ମରେ ଏକାଭଳି: ବକରୀ-ଇ-ଆଧା

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ